Unknown

ଦଶବିଦ୍ୟାମାଳଶ୍ରୀ।

ଶ୍ରୀ ଚନ୍ଦ୍ରଚୂଡ଼ାମଣି ରାଜା ହରିଚନ୍ଦନ ଜଗଦେବ

 

(୧)

ଜୟ ଜୟ ଶ୍ରୀ କରାଳ-ବଦନୀ,

ଭୟଙ୍କରା ମୁକୁଳା-ଦୃନ୍ତଳିନୀ,

ବେଦହସ୍ତା ମୁଣ୍ଡମାଳା ଭୂଷିତା,

ସଦା ବ୍ରହ୍ମା କେଶବାଦିବନ୍ଦିତା,

ବାମକରେ ନର

ସଦ୍ୟଛିନ୍ନଶିର

ତୀକ୍ଷ୍ମାସିବର ଧାରିଣୀ

ଦକ୍ଷିଣେ ଅଭୟ-ବରଦାୟିନୀ ।

 

(୨)

ମହାମେଘବର୍ଣ୍ଣାଦିଗଅମ୍ବରା

ରକ୍ତଜର୍ଜର ତୁଙ୍ଗ ପୟୋଧରା

ସଦାଶିବ-ମହା ପ୍ରେତ ଆସନା

ଶ୍ମଶାନ ଅନଳ ମଧ୍ୟ-ବାସିନୀ

ଶବ ଯୁଗୁଯାର

କର୍ଣ୍ଣ ଅଳଙ୍କାର

ଅଟଇପୁଣ ଭୀଷଣ

ଶବ କରମାନ କଟି ଭୁଷଣ।

 

(୩)

କାଳ ବିପରୀତ ରତ ଆତୁରା,

ତରୁଣ ଅରୁଣ ନେତ୍ରୀ ଦନ୍ତୁରା,

କୋଟିକୋଟିଶିବା ବୃନ୍ଦ ବେଷ୍ଟିତା,

ସହସ୍ର ଯୋଗିନୀଗଣ ସେବିତା,

ଶଶାଙ୍କ ଶେଖରା

ନାଗ-ସୂତ୍ର ଧରା

ମଧୂପାନପ୍ରମତ୍ତକା

ନମାମିମାତଃ ଦକ୍ଷିଣ କାଳିକା ।

 

(୪)

ବିଶ୍ୱବ୍ୟାପୀ ଜଳ ଜଳଜସ୍ଥିତା,

ପ୍ରତ୍ୱାଲୀଢ଼େ ଶବ ପର ରାଜିତା,

ଦକ୍ଷିଣ ହସ୍ତେ କାତି କରବାଳ,

ବାମକରେଶୋଭେକପାଳୋତ୍ପଳ,

ବିକଟ ଆନନୀ

ନବଯଉବନୀ

ପିଙ୍ଗଉଗ୍ର ଏକ ଜଟା

ଅକ୍ଷୋଭନାଗରେ ଦିଶେ ବିଛଟା।

 

(୫)

ଲମ୍ବୋଦରାବ୍ୟାଘ୍ରକର୍ମଅମ୍ବରା,

ଲୋଳରସନାଖର୍ଚ୍ଚାଭୟଙ୍କରା,

ରବି ନିଶାକର ଅନଳେକ୍ଷଣୀ,

ନାଗ-କାଞ୍ଚି ନାଗ-ହାର ଧାରିଣୀ,

କରାଳଦଶନୀ

ଈଷିତନାସିନୀ

ଜ୍ୱଳିତ ଚିତା-ବାସିନୀ

ଜୟ ଶ୍ରୀ ତାରା ତ୍ରିଲୋକଜନନୀ।

 

(୬)

ବାଳସୂର୍ଯ୍ୟ ପରି ଶରୀରଆଭା,

ଶିରେ ଅର୍ଦ୍ଧଇନ୍ଦୁ ଦିଶେ କିଶୋଭା,

ପାଶାଙ୍କୂଶ ଶର ଚାପଧାରିଣୀ,

ଶୁଭ ସୁବର୍ଣ୍ଣ କୁଣ୍ଡଳ ମଣ୍ଡିନୀ,

ତ୍ରିନେତ୍ର ଧାରିଣୀ

ରକତ-ବସନୀ

ସର୍ବ ସଉଭାଗଂ କରୀ

ନମୋ ନମସ୍ତେ ତ୍ରିପୁର ସୁନ୍ଦରୀ ।

 

(୭)

ଉଦୟ-ଭାସ୍କର ଚିତ-ବରଣା,

ଦରହାସଯୁକ୍ତଚାରୁବଦନା,

ଅର୍ଦ୍ଧଶଶାଙ୍କ ମୁକୁଟ ଶୋଭିତା,

ବରାଙ୍କୁଶ ପାଶ ଅଭୟହିସ୍ତା,

ତ୍ରିସଂଖ୍ୟ ନୟନୀ

ଶଙ୍କର ମୋହିନୀ

ପୀନୋନ୍ନତପୟୋଧରୀ।

ନମସ୍ତେ ନମସ୍ତେଭୁବନେଶ୍ୱରୀ।

 

(୮)

ସହସ୍ର ରବି ପରି ତାମ୍ରଅଙ୍ଗୀ,

ଚନ୍ଦ୍ରଯୁକ୍ତ ଜଟା ଦିଶେ କିଭଙ୍ଗୀ,

ମୁକ୍ତାଦି ଖଚିତ ରତ୍ନ ମୁକୁଟ,

ଶିରପରେ ବିରାଜେ ଝଟଝଟ,

ଗଳିତ ରୂଧିର

ନରମୁଣ୍ଡ ହାର

ଗଳଦେଶେବିଲମ୍ବିତ

ହୋଇଛିମୁକୁତାଦାମ ସହିତ ।

 

(୯)

ମାଳା-ପୁସ୍ତକ-ବରାଭୟକରା,

ପୀନ ଉନ୍ନତ ଘନପୟୋଧରା,

ଯଉବନ-ଉନମତ୍ତରୂପିଣୀ,

ରକତ ଅମ୍ବର ପରିଧାରିଣୀ,

ତ୍ରିନେତ୍ର ଶୋଭିନୀ

ସମ୍ପତିଦାୟିନୀ

ଇନ୍ଦୁଜିତ ମୁଖ ଛବି

ତ୍ରାହି ତ୍ରାହିତ୍ରିପୂରଭଇରବୀ।

 

(୧୦)

ସତ୍ୱ ରଜ ତମ ଯନ୍ତ୍ରରୂପିଣୀ,

ଛିନ୍ନ ସ୍ୱଶିର ଯୁକ୍ତ ବାମପାଣି,

ଦକ୍ଷହସ୍ତେତୀକ୍ଷ୍ଣକାରିଶୋଭିତ,

ଗଳାରେ ନୃମୁଣ୍ଡମାଳା ଭୂଷିତ,

ବିସ୍ତୃତ ଲପନା

ଚଞ୍ଚଳ ରସନା

ନିଜ କଣ୍ଠ ବିନିର୍ଗତ-

ରୁଧିର ପାନେ ରତ ଅବିରତା।

 

(୧୧)

ମୁବୁତିତକେଶୀ ପୁଷ୍ପ ଭୂଷିତା,

ବିଗଅମ୍ବରୀପ୍ରତ୍ୱାଲୀଢ଼େସ୍ଥିତା,

ସର୍ବଦା ଷୋଡ଼ଶ ବର୍ଷ ବୟସୀ,

ଶୂଳୀ-ବିପରୀତ-ରତ-ଲାଳସୀ,

ଘୋରଭୟଙ୍କରା

ଅସ୍ଥିମାଳା, ଧରା

ନାଗୋପବୀତ ଧାରିଣୀ

କର୍କଶ ପୃଥୁଳ ଉନ୍ନତସ୍ତନୀ।

 

(୧୨)

ବାମରେ ଡ଼ାକିନୀନାମନାୟିକା,

ପୁଣିହିଁ ଦକ୍ଷିଣେ ବର୍ଣ୍ଣିନୀ ଏକା,

ଯାର ଗଳଦେଶ ଗଳିତ ରକ୍ତ,

ପାନ କରୁଛନ୍ତି ହୋଇ ଆସକ୍ତ

ଶୋଣିତ ବରଣୀ

ଜଗତ ଜନନୀ

କାଦମ୍ବରୀ ଉନମତ୍ତା

ଶବାସୀନାମାତଃଶ୍ରୀଛିନ୍ନମସ୍ତା।

 

(୧୩)

ବାୟସ ଧ୍ୱଜରଥଆରୋହିଣୀ,

ଦୀର୍ଘାଙ୍ଗୀ ବିଧବା ରୂପ ଧାରିଣୀ,

ଅବିରତ କ୍ଷୁଧା ତୃଷା ଆତୁରା,

ଅମଙ୍ଗଳା ଅତି ମଳିନାମ୍ବରା,

ବିରଳ ଦଶନା

ବିଲମ୍ବିତସ୍ତନା

ଋକ୍ଷ ନୟନୀ ଚଞ୍ଚଳା

ବିସ୍ତୃତ ଘୋଣା ବିବର୍ଣ୍ଣ କୁନ୍ତଳା।

 

(୧୪)

ଭୟପ୍ରଦା କଳହ ତତପରା,

ସୂର୍ପ ବରମୁଦ୍ରାଶୋଭିତକରା,

ମାନ୍ତ୍ରିକ ମନ୍ତ୍ରରେ ହୋଇତୁବଶ,

ଅରାତି ବିନାଶି ପ୍ରଦାନୁ ଯଶ,

ପୁଣି ଉଚାଟନ

ଆଦି କର୍ମମାନ

କରଣେ ତୁହି ଅନତି-

ବିଳମ୍ବେ ସିଦ୍ଧ କରୁ ଧୂମାବତୀ ।

 

(୧୫)

ସୁଧାବ୍ଧିମଧ୍ୟମଣି ମଣ୍ଡପରେ,

ସ୍ଥିତ ରତ୍ନ ନିର୍ମିତ ବେଦିକାରେ,

ଦିବ୍ୟ ସିଂହାସନେ ପୀତବରଣୀ,

ବାମକରେ ଶତ୍ରୁ ରସନାଘେନି,

ଦକ୍ଷିଣେ ମୁଗତିର

ଚିପୁ ଗର୍ବ ବୂର-

କରଣେ ଅଜି ପ୍ରବଳା

ପୀତାମ୍ବରାହେମଭୁଷା ବଗଳା ।

 

(୧୬)

ଅର୍ଦ୍ଧ ରଜନୀ-ନାୟକ ଧାରିଣୀ,

ରବି ଶଶୀ ବୈଶ୍ୱାନରଈକ୍ଷଣୀ

ପାଶାଙ୍କୁଶ ଅସି ଖେଟକ ହସ୍ତା,

ରତ୍ନ ରଚିତ ସିଂହାସନେ ସ୍ଥିତାଂ,

ପୀନ ପୟୋଧରୀ

ଶିବ-ମନୋହାରୀ

ସୁସ୍ନିଗ୍ଧ ଶ୍ୟାମଳ ଅଙ୍ଗୀ

କବିତା ଶକ୍ତି ଦାୟିନୀ ମାତଙ୍ଗୀ,

 

(୧୭)

କୁଙ୍କୂମ କେଶର ସଦୃଶ ଆଭା,

ନବ ଯଉବନେ ଦିଶଇ ଶୋଭା,

କୋମଳ ମୃଣାଳ ଭୁଜ ଯୁଗଳ,

କେୟୁରାଦି ବିଭୂଷଣେ ମଞ୍ଜୁଳ ।

ସୁମାଣିକ୍ୟ ହାର

କୁଣ୍ଡଳ ଆବର

ମୁକୁଟରେ ବିଭୂଷିତା

ଅଳ୍ପ ଉନ୍ନତ କୁଚ ବିରାଜିତା।

 

(୧୮)

ବେନିକରେ ପଦ୍ମ ହୁଏ ଭ୍ରମିତ,

ନୟନ ନୀଳ ଉତ୍ପଳ ଗଞ୍ଜିତ,

ପାଦ ଦ୍ୱୟର ନୂପୁର ବାଦିତ,

ହେଉଅଛି ସୁନିନାଦ ସହିତ,

କନକ ପ୍ରାଚୀର

ମଧ୍ୟେ ଯଉଁସୁର-

ତରୁ ମୂଳଛ ରତନ

ସିଂହାସନ ଧନଦା ତୋ ଆସନ ।

 

(୧୯)

କାଳିକା ତାରା ତ୍ରିପୁର ସୁନ୍ଦରୀ,

ଭୁବନେଶ୍ୱରୀଭୈରବ୍ୟାଦି କରି,

ଛିନ୍ନମସ୍ତା ଧୂମାବତୀ ବଗଳା,

ମାତଙ୍ଗୀ ଧନଦା ନକରି ହେଳା,

ସୁରଙ୍ଗୀ ନୃମଣି

ଚନ୍ଦ୍ରଚୂଡ଼ା ମଣି

ରାଜନ ହରିଚନ୍ଦନ-

ଜଗଦେବକୁ କର କୃପା ଦାନ ।

 

ସମାପ୍ତ ।